ଗଞ୍ଜେଇ ବୋଝେଇ ପିକ୍ଅପ୍କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
22/03/2023 at 11:00 AM

ବାଲିଗୁଡା ୨୨।୩: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ପିକ୍ଅପ୍ ଭ୍ୟାନ୍ ସହ ୧୪ କେଜି ୩ଶହ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି । ମାଫିଆ ଫେରାର ହୋଇଯାଇଛି l
କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ସଜାଗ ରହିଛି । ବେଆଇନ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆମାନଙ୍କୁ ଧରିବାରେ ସକ୍ଷମ ହେଉଛି l ମଙ୍ଗଳବାର ରାତିରେ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ବାଲିଗୁଡା ଥାନା ପୋଲିସ ସିଟି ସ୍କୁଲ ନିକଟରୁ ଓଡି୯୯୦୬ ନମ୍ବର ଏକ ପିକ୍ଅପ୍ ଭ୍ୟାନ୍ରେ ଚାଲାଣ ହେଉଥିଲା । ୧୪ କିଲୋ ୩ଶହ ଗ୍ରାମ ଗଞ୍ଜେଇ ସହ ଗାଡିକୁ ଜବତ କରିଥିବା ବେଳେ ଦୁଇ ମାଫିଆ ଫେରାର ହେବାରେ ସକ୍ଷମ ହୋଇଛନ୍ତି l ଏନେଇ ବାଲିଗୁଡା ଥାନାରେ କେସ୍ ନମ୍ବର ୭୫/୨୩ ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି l