ମୋହନା ୧୦।୩: ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଛକରେ ପୋଲିସ ଚଢାଉ କରି ଏକ କଣ୍ଟେନର ସହ ୧୪ କ୍ବିଣ୍ଟାଲ ୭୦ କିଲୋ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ କଣ୍ଟେନର ଡ୍ରାଇଭରକୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶର ସୁନୀଲ କୁମାର । ତେବେ କଣ୍ଟେନର ମାଲିକ ଏହି ଘଟଣାରେ ସଂପୃକ୍ତ ଥିବା ବେଳେ, ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କମଳାପୁର ଛକରେ ମୋହନା ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ କଣ୍ଟେନରକୁ ଯାଞ୍ଚ କରିବା ପରେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଗଞ୍ଜେଇ ରାୟଗଡା ଜିଲ୍ଲାରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ।