ବିପୁଳ ପରିମାଣର ଗଞ୍ଜେଇ ଜବତ, ଫେରାର ହୋଇଗଲେ ମାଫିଆ

Published By : Prameya-News7 Bureau | August 28, 2022 IST

ବୌଦ୍ଧ,୨୮/୦୮: ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୦୭ କେଜି ଗଂଜେଇ ସହିତ ଏକ ବୋଲେରୋ ଜବତ କରାଯାଇଛି । ତେବେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ଏକ୍ସସାଇଜ ଇନ୍ସପେକ୍ଟର ସାଗରୀକା ପ୍ରଧାନଙ୍କ ନେତୃତ୍ୱ ରେ ଏକ ଟିମ୍ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣୀପାଳ ନିକଟ ଗ୍ରାମ୍ୟ ଜଙ୍ଗଲରେ ଚଢଉ କରିଥିଲା । ଏଠାରେ ଗଞ୍ଜେଇ ଚାଲାଣ ପାଇଁ ଏକ ଗାଡ଼ିରେ ଗଞ୍ଜେଇ ଭର୍ତି କରୁଥିବା ସମୟରେ ଚଢଉ ହୋଇଥିଲା ।

ଚଢ଼ଉ ବେଳେ ସେଠାରେ ଏକ ବୋଲେରୋରେ ଗଞ୍ଜେଇ ଭର୍ତି ହୋଇଥିବା ଦେଖିବାକୁ ପାଇଥିଲେ । ଏହାସହ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ମାଫିଆମାନେ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ ।

ବୋଲେରୋ ସମେତ ସେହି ଗାଡ଼ିରୁ ୧୦୭ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତେବେ କିଛିଦିନ ହେଲା ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନ ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହେଉଥିଲେ ହେଁ ସେଠାରୁ ମାଫିଆମାନେ ଫେରାର ହେଉଥିବା ପୋଲିସ ଓ ଅବକାରୀ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.