vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ

21/05/2022 at 7:47 AM

ବାଲିଗୁଡା, ୨୧/୦୫:  ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲାକୁ ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ଲଣ୍ଡାଗାଁ ପଞ୍ଚାୟତର କମ୍ବାରକିଆ ଜଙ୍ଗଲରେ ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୯୦୭ କିଲୋଗ୍ରାମ ୬୦୦ ଗ୍ରାମ ଗଞ୍ଜେଇକୁ ଜବତ କରିଛି ବାଲିଗୁଡା ପୋଲିସ l

ବାଲିଗୁଡା ଏସଡିପିଓ   ଜି. ଆର ରେଡ୍ଡୀ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଙ୍ଗଲରେ ଚଢ଼ଉ କରିଥିଲେ । ଚଢଉ ବେଳେ ଏତେ ପରିମାଣର ସବୁଜ ଜହର ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ୩୫ ହଜାର ଟଙ୍କାରୁ ଉର୍ଦ୍ଧହେବ ବୋଲି ପୋଲିସ କହିଛି l ଏନେଇ ବାଲିଗୁଡା ଥାନାରେ ଏନଡିପି ଏସ ଆକ୍ଟରେ ମାମଲା ରୁଜୁ ହୋଇଛିl ମାମଲାରେ ପୋଲିସ କାହାକୁ ବି ଗିରଫ କରିନଥିବା ବେଳେ  ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

   Related Posts