୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅନ୍ଧାରର ସୁଯୋଗରେ ଖସିଗଲା ପିକଅପ୍ ଡ୍ରାଇଭର

Published By : Prameya-News7 Bureau | June 08, 2021 IST

ଲମତାପୁଟ,୦୮/୦୬:  ପାଡୁଆ ପୋଲିସକୁ ବଡ ସଫଳତା ।  ଓଡ଼ିଶା ଆନ୍ଧରପ୍ରଦେଶରର ସୀମାନ୍ତରୁ ନବରଙ୍ଗପୁର  ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ ।  ଖୋଲା ଖୋଲି  ପିକଅପ୍  ଭ୍ୟାନ ଭିତରେ  ଚୋରା ଚାଲାଣ ବେଳେ ୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ କରିଛି  ପାଡୁଆ ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର  ଏସ.ଡି.ପି.ଓଙ୍କ  ତତ୍ତ୍ୱାବଧାନରେ  ପାଡୁଆ ଥାନା ଅଧିକାରୀ  ମାଳିଗୁଡା ଗ୍ରାମ ନିକଟରେ ପାଟ୍ରୋଲିଂ କରିଥିଲେ  ।   ଏହି ଅଞ୍ଚଳଟି ମାଓ ପ୍ରଭାବିତ ଏବଂ ଜଙ୍ଗଲପୂର୍ଣ  ଅଞ୍ଚଳ ହୋଇଥିବା ସତ୍ତ୍ୱେ  ପୋଲିସ  ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ  ଏସଓପି  ପାଳନ କରି  ନାକା  ବନ୍ଦୀ  କରିଥିଲା   ।  

ଏହି ସମୟରେ ଆନ୍ଧ୍ରପ୍ରଦେଶ  ଆଡୁ  ଦୃତ ଗତିରେ ଆସୁଥିବା ଏକ  ପିକଅପ୍ ଭ୍ୟାନକୁ  ପୋଲିସ ଅଟକାଇ ଥିଲା ।ତେବେ  ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଖସି ପଳାଇଥିଲେ । ପିକଅପ୍ ଭ୍ୟାନର ଡ଼ାଲାର ରେ ବିପୁଳ ପରିମାଣ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା  ପୋଲିସ।  ଏହି ଗାଡ଼ି ଆନ୍ଧ୍ରରୁ  ଗଞ୍ଜେଇ ନେଇ ନବରଙ୍ଗପୁର ଚୋରା ଚାଲାଣ ହୌଥିବା ପୋଲିସ ଜାଣିବାକୁ  ପାଇଛି  ।  ଜବତ ପିକପ ଭ୍ୟାନରେ ୩୬ଟି ବସ୍ତାରେ  ପ୍ରାୟ ୭ କ୍ଵିଣ୍ଟାଲ ଗଞ୍ଜେଇ  ଥିଲା ଏହାର ମୂଲ୍ୟ ପ୍ରାୟ ୭୦ଲକ୍ଷରୁ ଉର୍ଦ୍ଧ ହେବବୋଲି ଜଣାପଡିଛି।  ଗାଡି ମାଲିକ ନାମରେ କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି ପାଡୁଆ ପଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.