scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ

27/09/2021 at 7:42 AM

ଲମତାପୁଟ, ୨୭|୦୯:   ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ । ଏହାସହ ୪ ଜଣ ମାଫିଆଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ।

ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ ଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଶଗର ଛକ ନିକଟରେ ଲମତାପୁଟ , ମାଛକୁଣ୍ଡ ପୋଲିସ ନାକା ବନ୍ଦୀ କରି ଗାଡି ଯାଞ୍ଚ କରିଥିଲା । ପାଡୁଆ ଅଞ୍ଚଳରୁ ଦ୍ରୁତ ଗତି ରେ ଆସୁଥିବା ଦୁଇଟି କାରକୁ ଅଟକାଇଥିଲା ପୋଲିସ । କାରକୁ ଯାଞ୍ଚ କରିବା ବେଳେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଉଭୟ କାରରେ ଥିବା ୪ ଜଣକୁ କାବୁ କରି ଗିରଫ କରିଛି ପୋଲିସ ।

ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି । ଏହି ଦୁଇଟି କାରରେ ୭ ବସ୍ତାରେ ପ୍ରାୟ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ପରିମାଣର ଗଞ୍ଜେଇ ରହିଥିଲା । ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଛି । ଗଞ୍ଜେଇ ମଫିଆ ମଧ୍ୟପ୍ରଦେଶ ହର୍ଡା ଅଞ୍ଚଳର ସନ୍ଦୀପ ଠାକୁର , ଓମ ସର୍ମା , ରାଜେନ୍ଦ୍ର ଠାକୁର ଏବଂ ଶ୍ଳୋକ ଶ୍ରୀବାସଙ୍କୁ ଗିରଫ କରାଯାଇଛି ।

   Related Posts