ଅପରେସନ୍‌ ଗ୍ରୀନ୍ କ୍ଲିନ୍ : ୧୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | December 18, 2020 IST

ମୋହନା ୧୮।୧୨: ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ୍ କ୍ଲିନ୍ । ମୋହନା ଥାନା କୁମାଙ୍ଗପଦର ଗାଁ ନିକଟସ୍ତ ଜଙ୍ଗଲରେ ପୁଣି ୭୨ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଏହି ମିଳିତ ଅଭିଯାନ ଚାଲିଛି ।

{"id":378834,"sizeSlug":"large","linkDestination":"none"}

ଗଜପତି ଜିଲ୍ଲା ମୋହନା ଥାନା କୁମାଙ୍ଗପଦରରେ ମିଳିତ ଚଢ଼ାଉ କରି ଗଞ୍ଜେଇ ଗଛ କାଟିବା ପରେ ପୋଡି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୪ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ପ୍ରତିବର୍ଷ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ବେଳେ ଚଳିତ ବର୍ଷ ଅଧିକ ପରିମାଣର ଚାଷ ନଷ୍ଟ କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.