୧୬ ଏକର ଜମିରେ ଚାଲିଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୋଲିସ

Published By : Prameya-News7 Bureau | January 09, 2022 IST

ଲମତାପୁଟ, ୦୯|୦୧: କୋରାପୁଟ ପୋଲିସ  ପୁଣି  ୧୬ ଏକର ଜମିରେ ବିପୁଳ ପରିମାଣର ଗଞ୍ଜେଇ ନଷ୍ଟ କରିଛି । ଏହି ଜମିରେ ପ୍ରାୟ ଚାଷ ହୋଇଥିବା ୧୯ହଜାର ୨ଶହ ଗଞ୍ଜେଇ ଗଛ ନଷ୍ଟ  କରାଯାଇଛି । 

ମାଓ ପ୍ରଭାବିତ ପାଡୁଆ ଥାନା  ଅଞ୍ଚଳରେ ଥିବା  ଆନ୍ଧ୍ର ସୀମାନ୍ତବର୍ତ୍ତୀ ବିଭିନ୍ନ ଗ୍ରାମରେ ଲଗାତାର  ୩ ଦିନ ଧରି ଚାଲିଛି ଅପରେସନ୍ ଗ୍ରୀନ କ୍ଲିନ୍ । କୁଲାବିର ଏବଂ ପୂଜାରିପୁଟ ଗ୍ରାମ ନିକଟ ଜଲାପୁଟ  ଜଳ ଭଣ୍ଡାର କୂଳରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ  । ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୂର୍ବରୁ ପୋଲିସ ସେଠାକୁ ପହଞ୍ଚି ପାରୁ ନଥିଲା । ଏହାର ସୁଯୋଗ ନେଇ  ବେଆଇନ ଭାବରେ ବେଧଡକ ଗଞ୍ଜେଇ ଚାଷ ବଢ଼ି ଚାଲିଥିଲା ।

ତେବେ କଡ଼ା ସୁରକ୍ଷାରେ ପାଡୁଆ, କୋରାପୁଟ ପୋଲିସ, ଡି.ବି.ଏଫ, ଅବକାରୀ  ବିଭାଗ, ବନ ବିଭାଗ ଏବଂ   ଏଗଜ୍ୟୁକେଟିଭ୍ ମାଜିଷ୍ଟେଟଙ୍କ ଉପସ୍ଥିତିରେ ୧୬ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଲଗାତାର ତିନିଦିନରେ ଧରି ଚାଲିଥିବା ଅପରେସନରେ ୫୯ ଏକର ଗଞ୍ଜେଇ ଚାଷ ନଷ୍ଟ ହେଲାଣି । ଏହି ଅପରେସନ ଲଗାତାର ଜାରି ରହିବ ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.