ବୁଗୁଡାରେ ଆଇନଜୀବୀଙ୍କୁ ଆଇଆଇସିଙ୍କ ମାଡ ଘଟଣା ; ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ
15/11/2018 at 12:36 PM

ଗଞ୍ଜାମ ୧୫|୧୧: ଆଜି ଗଞ୍ଜାମ ଜିଲ୍ଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ବୁଗୁଡା ଥାନା ଅଧିକାରୀ ଜଣେ ଓକିଲଙ୍କୁ ମାଡ ପ୍ରତିବାଦରେ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଆଇନଜୀବୀ । ମଙ୍ଗଳବାର ଜମିଜମା ସମସ୍ୟା ସଂପର୍କରେ ଓକିଲ ହରପ୍ରସାଦ ଦାସ ଥାନାକୁ ଯାଇଥିଲେ । ସେଠାରେ ବୁଗୁଡା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ବାଳ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦ କରିଛି ବୁଗୁଡା ଓକିଲ ସଂଘ । ସେପଟେ ଓକିଲଙ୍କୁ ମାଡ ମାରିଥିବା ଥାନା ଅଧିକାରୀଙ୍କୁ ବହିଷ୍କାର ଓ ଗିରଫ ଦାବି କରିଛି ବିଜେପି ।
Related Posts
ରାଜଧାନୀ ଉପକଣ୍ଠରେ ଫଶି ରହିଥିଲେ ୬, ଉଦ୍ଧାର କଲା ଅଗ୍ନିଶମ ବାହିନୀ
17 August 2022
ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ
17 August 2022