ନିଆରା ଢଙ୍ଗରେ ଦୀପାବଳି ପାଳିଲା ଗଞ୍ଜାମ ପ୍ରଶାସନ, ହସ୍ପିଟାଲରେ ରୋଗୀଙ୍କୁ ଫଳ ବାଣ୍ଟିଲେ ଅଧିକାରୀ

Published By : Prameya-News7 Bureau | November 04, 2021 IST

ଖଲ୍ଲିକୋଟ ୦୪।୧୧:  ଗୁରୁବାର ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ଲୋକେ ମାଟି ଦୀପ , ରଙ୍ଗୀନ ଆଲୋକରେ ଘର ସଜାଇ ଦୀପାବଳି ପାଳିବାକୁ ସଜବାଜ କରିଛନ୍ତି । ଏହି ଅବସରରେ ଗଞ୍ଜାମ ପ୍ରଶାସନ ପକ୍ଷରୁ ଦୀପାବଳି ଏକ ଭିନ୍ନ ଉପାୟରେ ପାଳନ କରାଯାଇଛି ।

ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଛତ୍ରପୁର ଉପଖଣ୍ତ ଚିକିତ୍ସାଳୟରେ ପହଁଚି ରୋଗୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏହା ସହ ସେମାନଙ୍କୁ ଫଳ ବଣ୍ଟନ କରିଥିଲେ । ସେମାନଙ୍କ  ସ୍ଵାସ୍ଥ୍ୟ ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଲୀନା କୁମାରୀ ଖେସ, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଛତ୍ରପୁର ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଏନଏସି ଇଓଏନ. ଗଣେଶ ବାବୁ, ଛତ୍ରପୁର ମେଡିକାଲ ଭାରପ୍ରାପ୍ତ ଅଧିକ୍ଷକ ଡ଼. ସୁଦର୍ଶନ ସାହୁ, ମେଡିକାଲ ହେଲ୍ପ ଡେସ୍କ ମ୍ୟାନେଜର ଜିତୁ ମହାପାତ୍ର, ଷ୍ଟାଫ୍ ନର୍ସ ଜାନକୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.