Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଚାଷୀଙ୍କ ସହ ବିଲରେ ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

29/07/2019 at 8:32 PM

ବ୍ରହ୍ନପୁର୨୯|୭: ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ରୋଇଲେ ଧାନ  । ଖଲ୍ଲିକୋଟ୍ ବ୍ଳକ୍ ମଥୁରା ପଞ୍ଚାୟତର ଭରଷା ଗ୍ରାମରେ ପହଞ୍ଚି ଧାଡି ରୁଆ  ଚାଲିଥିବାବେଳେ ସେଠାରେ ପହଞ୍ଚିଥିଲେ ଜିଲ୍ଲାପାଳ । ଚାଷୀମାନଙ୍କ ସହ କଥା ହେବା ସହ ଚାଷୀଙ୍କୁ ଧାଡି ରୁଆ ସମ୍ପର୍କରେ ସଚେତନ କରିଥିଲେ ।

ଏହାପରେ ନିଜେ ଜିଲ୍ଲାପାଳ ବିଲ ମଧ୍ୟକୁ ଓହ୍ଲାଇଥିଲେ । ଆଉ ଚାଷୀଙ୍କ ସହ ନିଜେ ମଧ୍ୟ ଧାନ ରୋଇଥିଲେ ଜିଲ୍ଲାପାଳ ଧାନବିଲକୁ ଖସି ଧାନ ରୋଇବା ଜିଲ୍ଲାର ସମସ୍ତ କୃଷକଙ୍କୁ  ଉତ୍ସାହିତ କରିଛି ।

 ସୂଚନାଯୋଗ୍ୟ ଯେ, ସଂପୃକ୍ତ ଅଞ୍ଚଳରେ  ଜାତୀୟ ଖାଦ୍ୟ ନିରାପତ୍ତା  ମିଶନ୍ ଦ୍ବାରା ୫୦ ହଜାର ହେକ୍ଟର ଜମିକୁ ଧାଡି ରୁଆ ପାଇଁ ସରକାର ସହାୟତା ପ୍ରଦାନ କରିଛନ୍ତି ।ଜିଲ୍ଲାପାଳ ଧାନ ରୋଉଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

   Related Posts