ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ, ଭୂମିହୀନଙ୍କୁ ବାଣ୍ଟିଲେ ଘରବାରି ପଟ୍ଟା

Published By : Prameya-News7 Bureau | August 26, 2022 IST

ସାନଖେମୁଣ୍ଡି ୨୬।୮: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସାନଖେମୁଣ୍ଡି ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଏସ, ଗୋପାଳପୁର ପଂଚାୟତର ରତନେଇ ପର୍ବତ ଗସ୍ତ କରିଥିଲେ । ଏହି ସ୍ଥାନ ପର୍ଯ୍ୟଟନ ପାଇଁ ବହୁତ ସମ୍ଭାବନା ରହିଥିବାରୁ ଏହାର ବିକାଶ ପାଇଁ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଓ ତହସିଲଦାର ଡ଼ଃ  ଶ୍ରୀନିବାସ ବେହେରା ଓ ସ୍ଥାନୀୟ ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଉରାରେ କରାଯାଇଥିବା ଗ୍ରାମୀଣ ପାର୍କ ବୁଲି ଦେଖିଥିଲେ । ଏହି ଅବସରରେ ଏହି ତହସିଲ ଅନ୍ତର୍ଗତ ଦସେଇପୁର ଗ୍ରାମର ୨୦ଜଣ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଘର ବାରି ପଟା ପ୍ରଦାନ କରିଥିଲେ । ପଟ୍ଟା ପାଇବା ପରେ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ଦସେଇପୁର ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.