ଦାଦନ ଦୁଃଖ : ଦୁବାଇରେ ଫସିଛନ୍ତି ୧୮ ଦାଦନ ଶ୍ରମିକ, ଉଦ୍ଧାର ପାଇଁ କଲେ ନିବେଦନ

Published By : Prameya-News7 Bureau | July 11, 2019 IST

ବ୍ରହ୍ମପୁର ୧୧|୭: ପୁଣି ଦାଦନ ଦୁଃଖ । ୧୮ ଜଣ ଦାଦନ ଶ୍ରମିକ ଫସିଛନ୍ତି ଦୁବାଇରେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କଇରାସି ଓ ମାଣିକପୁର ଅଞ୍ଚଳର ୧୮ଜଣ ଦାଦନ ଶ୍ରମିକ ଦୁବାଇରେ ଫସିଛନ୍ତି । ୭ମାସ ପୂର୍ବେ ସେହି ଅଞ୍ଚଳର ଜଣେ ଏଜେଣ୍ଟ ଦ୍ବାରା ଦାଦନ ଖଟିବା ପାଇଁ ଦୁବାଇ ଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।

ସେମାନେ ସାତମାସ ହେଲା ଦରମା ପାଇ ନାହାନ୍ତି। ଦରମା ମାଗିଲେ କଂପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ମାସକୁ ୩୫ ହଜାର ଟଙ୍କା ଦରମା ପ୍ରଦାନ କରାଯିବ କହି ଦୁବାଇ ପଠାଯାଇଥିଲା ।ହେଲେ ଦରମା ବଦଳରେ ସେମାନଙ୍କୁ  ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଏବେ ଭୋକ ଉପାସରେ ସେମାନେ ଦିନ କାଟୁଛନ୍ତି ।

କଂପାନୀ କର୍ତ୍ତୃପକ୍ଷଙ୍କ ନିର୍ଯାତନା ଭୟରେ ଦୁବାଇର ବିଭିନ୍ନ ଅଞ୍ଚଳରେ ଏମାନେ ବୁଲୁଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ନିଜ ଅଞ୍ଚଳକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.