ଜଙ୍ଗଲ ଭିତରୁ ୨୦ଲକ୍ଷ ଟଙ୍କାର ଗଚ୍ଛିତ ଗଞ୍ଜେଇ ଜବତ, ପୋଲିସର ଛାନଭିନ୍

Published By : Prameya-News7 Bureau | July 09, 2024 IST

ଲମତାପୁଟ ୯।୭: ପାଡୁଆ ପୋଲିସର ସଫଳତା । ଜଙ୍ଗଲ ଭିତରେ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ଗଞ୍ଜେଇକୁ ଜବତ କରିଛି ପୋଲିସ । 

ସୂଚନାଯୋଗ୍ୟ ଯେ, କୌଣସି ଏକ ବିଶେଷ ସୂତ୍ର ଖବର ପାଇ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରି ପାଡୁଆ ନିକଟ ପଣସପୁଟ ଜଙ୍ଗଲରେ ଚଢାଉ କରିଥିଲେ । ଜଙ୍ଗଲ ଭିତରେ ଚୋରା ଚାଲାଣ ପାଇଁ ରଖାଯାଇଥିବା ୧୭ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣା ପଡିଥିଲା । ପରେ ଜବତ ଗଞ୍ଜେଇକୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ୨୦୪ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି । ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ କାହାର ଓ କେଉଁଠାକୁ ଚୋରା ଚାଲାଣ ହୋଇଥାଆନ୍ତା ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

You Can Read:

ରେଳ ଧାରଣାରେ ପଡିଛି ଦୁଇ ଅଚିହ୍ନା ମୃତଦେହ, ଛାନଭିନ ଆରମ୍ଭ କଲା ଜିଆରପି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.