ପୋଲିସ୍‌କୁ ବଡ଼ ସଫଳତା: ସ୍କୁଲ ବ୍ୟାଗ୍‌ରୁ ଧରାପଡିଲା ୨ ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଗିରଫ

Published By : Prameya-News7 Bureau | January 21, 2023 IST

ଲମତାପୁଟ ୨୧/୦୧: ପୁଣି ଲମତାପୁଟ ପୋଲିସ୍ କୁ ବଡ଼ ସଫଳତା । ଅଭିନଵ ଉପାୟରେ ସ୍କୁଲ ବ୍ୟାଗରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ମାଡି ବସିଛି । ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଂଜେଇ ଚୋରା ବେଳେ ମଲେଗାଁ ଛକ ନିକଟରେ ମାଡିବସିଲା ପୋଲିସ ।

ପେଟ୍ରୋଲିଂ ସମୟରେ ମଲେଗାଁ ଛକରେ ୪ ଜଣ ବ୍ୟକ୍ତି ସ୍କୁଲ ବ୍ୟାଗ କାନ୍ଧରେ ପକାଇ ବସ୍‌କୁ ଅପେକ୍ଷା କରିଥିବା ବେଳେ ସନ୍ଦେହ କରି ପଲିସ ବ୍ୟାଗ ଗୁଡିକ ଯାଞ୍ଚ କରିବାରୁ ବ୍ୟାଗ ଗୁଡିକରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ବ୍ୟାଗ ଗୁଡିକରୁ ୨୨ କେଜି ଗଞ୍ଜେଇ ଥିବା ବେଳେ ୪ଜଣକୁ ଗିରଫ କରିଛି ପୋଲିସ ।

ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହୁଥିବା ବେଳେ ଅଭିଯୁକ୍ତଙ୍କୁ ପଚାର ଉଚରା ପରେ ସ୍ଥାନୀୟ ଯୁବକଙ୍କ ଠାରୁ କିଣିଥିବା କହିଥିଲେ । ସମ୍ପୃକ୍ତ ଥିବା ସ୍ଥାନୀୟ ୩ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.