ରେକର୍ଡ କଲା ଲମତାପୁଟ ପୋଲିସ, ଲୁଣ ବୋଝେଇ ଟ୍ରକରୁ ଜବତ କଲା ୫ ଟନରୁ ଅଧିକ ଗଞ୍ଜେଇ

Published By : Prameya-News7 Bureau | June 03, 2022 IST

ଲମତାପୁଟ ୦୩/୦୬: ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପଲିସ । ୫ ଟନ ଗଞ୍ଜେଇ ବୋଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଲମତାପୁଟ ପୋଲିସ । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓ.ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟିକାପୁଟ ଗ୍ରାମ ନିକଟରେ ଲୁଣ ବୋଝେଇ ଟ୍ରକରେ ବିପୁଳ ପରିମାଣ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ବିଶାଖାପାଟଣାରୁ ଲୁଣ ବୋଝେଇ କରି ଆଣିଥିଲେ ମାଫିଆ ।

ଟିକାପୁଟ ଗ୍ରାମ ନିକଟରେ ବିପୁଳ ଗଞ୍ଜେଇ ଟ୍ରକରେ ଲାଦିବା ପରେ ଉପରେ ଲୁଣବସ୍ତା ରଖିଥିଲେ ମାଫିଆମାନେ । ଲମତାପୁଟ ପୋଲିସ ଟିକାପୁଟ ରୁ ଛତିଶଗଡ ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମାଡି ବସୀ ଥିଲା ୩ ଜଣ ଗଞ୍ଜେଇ ମାଫିଆକୁ । ଅନ୍ଧାରର ସୁଯୋଗ ନେଇ ଅନ୍ୟ ୨ମାଫିଆ ସେଠାରୁ ଚଂପଟ ମାରିବାରେ ସଫଳ ହୋଇଥିବା ବେଳେ ଟ୍ରକକୁ ଜବତ କରିଥିଲା ପୋଲିସ ।

ଟ୍ରକରୁ ଲୁଣ ଖାଲି କରିବା ପରେ ପୋଲିସର ହୋସ ଉଡିଯାଇଥିଲା ପ୍ରାୟ ୨୨୩ ଟି ବସ୍ତାରେ ପ୍ରାୟ ୫ ଟନରୁ ଅଧିକ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ପୋଲିସ କହଛି । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ଅନ୍ତରଗତ ଯୋଡ଼ିଆପୁଟ ଗ୍ରାମ ସୁଦର୍ଶନ ଲେନ୍ଦ୍ରୁ, ଉତ୍ତର ପ୍ରଦେଶ ଅଞ୍ଚଳର ଉମେଶ ବାବୁ ଏବଂ ସିଂହପାଲ ବୋଲି ଜଣାପଡ଼ିଛି ।

ସବୁଠାରୁ ବଡ କଥା ଓଡିଶା ପୋଲିସ ଆଜି ପର୍ଯ୍ୟନ୍ତ ଏତେ ପରିମାଣରେ ଗଞ୍ଜେଇ ଧରିବାରେ ସକ୍ଷମ ହୋଇନଥିଲା । ପ୍ରଥମଥର ଲମତାପୁଟ ପୋଲିସର ଏହି ସଫଳତା ପାଇଁ କୋରାପୁଟ ଏସପି ନିଜେ ଘଟଣାର ଅନୁଧ୍ୟାନ କରିଛନ୍ତି । ଫେରାର ଥିବା ମାଫିଆଙ୍କୁ ଧରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.