ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଆରପିଏଫ ପୋଲିସ, ଦମ୍ପତିଙ୍କ ସହ ମହିଳା ଗିରଫ

2/06/2022 at 6:49 PM

ପୁରୀ, ୦୨/୦୬: ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଆରପିଏଫ ପୋଲିସ । ପୁରୀ ରେଳ ଷ୍ଟେସନରୁ ଦମ୍ପତି ସହ ଜଣେ ମହିଳାକୁ ଗିରଫ କରିଛି ଆରପିଏଫ ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ୩୭.୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ଚାରି ଲକ୍ଷ ଟଙ୍କା ହେବ ବୋଲି ଆରପିଏଫ ପୋଲିସ କହିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲାର ରାଜକୁମାର ବିନ୍ଧାଣୀ, ନଳିଳୀ ବିନ୍ଧାଣୀ ଓ ସୁଲୋଚନା ବିନ୍ଧାଣୀ। ଏହି ଅଭିଯୁକ୍ତ ମାନେ ଆଜି ଧଉଳି ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ପାଇଁ ପୁରୀରୁ ମଧ୍ୟପ୍ରଦେଶର ଅଶୋକ ନଗର ଯିବା ପାଇଁ ଉଦ୍ୟମ କରୁଥିଲେ।

ତେବେ ରେଳଷ୍ଟେସନ ମେନ୍ ଗେଟରେ ଜଗିଥିବା ଆରପିଏଫ ପୋଲିସର ଏହି ଅଭିଯୁକ୍ତଙ୍କ ଉପରେ ସନ୍ଦେହ ହୋଇଥିଲା। ଅଭିଯୁକ୍ତମାନେ ଲଗେଜ ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରିଥିବାର ପୋଲିସ ଦେଖିବାକୁ ପାଇଥିବା ବେଳେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆରପିଏଫ ଅଧିକାରୀ ଅପରେଶ ବେହେରା। ଯାତ୍ରୀଙ୍କ ସୁରକ୍ଷା ଓ ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ପୁରୀ ଆରପିଏଫ ପକ୍ଷରୁ ରେଳ ଷ୍ଟେସନରେ କଡା ଚେକିଂ ଜାରି ରହିଛି। 

   Related Posts