୪୦ କେ.ଜି. ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | July 12, 2022 IST

ନୂଆପଡା ୧୨।୭: ନୂଆପଡା ଜିଲ୍ଲା ସିନାପାଲି ସହର ଜଗନ୍ନାଥ ପଡାର ଏକ ଘର ଉପରେ ଚଢାଉ କରି ଅବକାରୀ ବିଭାଗ ୪୦ କେଜି ଗଞ୍ଜେଇ ଜବତ କରିଛି । ଏହାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସିନାପାଲି ସହରର ଜଗନ୍ନାଥପଡାରେ ରହୁଥିବା ମାଧବ ମେହେର ନିଜ ଘରେ ଗଞ୍ଜେଇ ରଖି ଚୋରା କାରବାର କରୁଥିବା ନେଇ ଅବକାରୀ ବିଭାଗ ଖବର ପାଇ ମାଧବଙ୍କ ଘରେ ଚଢ଼ାଉ କରିଥିଲା । ମାଧବ ମେହେରଙ୍କ ଘରେ ଥିବା ୪୦ କେ.ଜି. ଗଞ୍ଜେଇକୁ ଜବତ କରିବା ସହ ମାଧବ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ଗଞ୍ଜେଇ କାରବାରର ଲିଙ୍କ ଉପରେ ଅଧିକ ତଦନ୍ତ କରୁଥିବା ଅବକାରୀ ଉପ ନିରୀକ୍ଷକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.