ଚାରା ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ, ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 11, 2022 IST

ବରଗଡ ୧୧।୭: ବରଗଡ଼ ସଦର ପୋଲିସ ଦ୍ବାରା ୫୩ ନମ୍ବର ଜାତୀୟ ରାଜପଥ ପଥର୍ଲା ଛକରେ ଟ୍ରକ ଯୋଗେ ଚାଲାଣ ହେଉଥିବା ବେଳେ ୨୯୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାଲାଣ କାରୀ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲାର ଗଣେଶ ୟାଦବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ପଟୁ ଛତିଶଗଡ଼ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ବରଗଡ଼ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସଦର ପୋଲିସ ଯାଞ୍ଚ କରୁଥିବା ବେଳେ ଉକ୍ତ ଟ୍ରକରେ ଥିବା ଗଞ୍ଜେଇ ସହ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଚାରା ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଥିବା ବେଳେ ଟ୍ରକକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମୋବାଇଲ, ନଗଦ ୨୫୦ ଟଙ୍କା ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.