୬୦ କିଲୋ ଗଞ୍ଜେଇ ଜବତ, କନ୍ଧମାଳ ଚୋରା କାରବାର ରାକେଟ୍‌ର ୨ ଗିରଫ

Published By : Prameya-News7 Bureau | September 06, 2020 IST

କନ୍ଧମାଳ, ୦୬।୦୯:  କନ୍ଧମାଳ  ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ଧରୁନି। ଗତ ଦୁଇଦିନ ଧରି ଫିରିଙ୍ଗିଆ ପୋଲିସ ଦୁଇଟି ଗଞ୍ଜେଇ ଚାଲାଣ ମାମଲାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ।

ରବିବାର ରାଇକିଆ ପୋଲିସ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ସୁଇଫ୍ଟ ଡିଜାୟର କାର ନଂ ଓଡି ୦୨ବିଏଫ ୫୧୦୬ ଓ ଏକ ବାଇକ୍ ନଂ ଓଡି ୦୭ଏଲ ୪୭୫୮ ଜବତ କରିଛି । କାରରେ  ୬୦ କେଜିର ଗଞ୍ଜେଇ ଚାଲାଣ କରାଯାଉଥିଲା । ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତ ଗୁଞ୍ଜିବାଡି ଗ୍ରାମର ପ୍ରେମାନନ୍ଦ ଦିଗାଲ ଓ ଜିଡୁବାଡି ଗ୍ରାମର ସୁନିଲ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ପୋଲିସ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ କାର ଓ ୩ଟି ବାଇକ ମଧ୍ୟ  ଜବତ କରିଥିଲା । ଏହାସହ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.