ପୋଲିସ ପାଟ୍ରୋଲିଂ ବେଳେ ଗାଡି ଛାଡି ଚମ୍ପଟ ମାରିଲେ ଡ୍ରାଇଭର, ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

Published By : Prameya-News7 Bureau | January 25, 2020 IST

ଲମତାପୁଟ ୨୫।୦୧: ମାଛକୁଣ୍ଡ ପୋଲିସ ଦ୍ଵାରା ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଞ୍ଜେଇ ସହ ଦୁଇଟି କାର୍‌ ମଧ୍ୟ ଜବତ କରିଛି ପୋଲିସ । କୋରାପୁଟ ଜିଲ୍ଲା ସଗର ନିକଟରେ ପୋଲିସ ପାଟ୍ରୋଲିଂ ସମୟରେ ଜବତ କରିଛି ।  ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୫୧ କେଜି ୮୦୦ ଗ୍ରାମ ହେବ ବୋଲି ଅନୁମାନ କରାଯାଉଛି । ତେବେ ଜବତ ଗଞ୍ଜେଇର ମୁଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି ।

{"id":215651,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାଛକୁଣ୍ଡ ଓ ଲମତାପୁଟ ପୋଲିସକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ମିଳିଥିଲା । ତେବେ ଉଭୟ ପୋଲିସ ସଗର ନିକଟରେ ପାଟ୍ରୋଲିଂ ସମୟରେ ଦୁଇଟି କାର୍‌ ଦ୍ରୁତ ଗତିରେ ଆସୁଥିଲା । ପୋଲିସ କାର୍‌ ଦୁଇଟିକୁ ଅଟକାଇବା ଚେଷ୍ଟା କରିଥିଲା , କିନ୍ତୁ କାର୍‌ ପୋଲିସକୁ ଚକ୍‌ମା ଦେଇ ଖସିଯାଇଥିଲା । ପୋଲିସ କାର୍‌ର ପିଛା କରିବା ଦେଖି କାର୍‌ ଡ୍ରାଇଭର ମଣ୍ଡେଇପୁର ଗାଁ ନିକଟରେ କାର୍‌ ଛାଡି ଚମ୍ପଟ ମାରିଥିଲେ ।

{"id":215652,"sizeSlug":"large"}

ପୋଲିସ କାର୍‌ରୁ ତନଖିବା ପରେ କାର୍‌ରୁ ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୁଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ସନ୍ଦେହ କରାଯାଉଛି ।  ଗଞ୍ଜେଇ ସଗର ଗ୍ରାମ ରୁ ବାହାର ରାଜ୍ୟ ଚୋରା ଚାଳାଣ ହେଉଥିବାର ପୋଲିସ ସନ୍ଦେହ କରୁଛି । ତେବେ ଡ୍ରାଇଭରମାନ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ମଧ୍ୟ ହୁଣ୍ଡାଇ ଗାଡିଟି ସତୀଶ କୁମାର ପ୍ରଧାନଙ୍କ ନାମରେ ଥିବା ବେଳେ ସୁଇଫ୍ଟ ଗାଡିଟି ରାଜ ଭୂଷଣ ତିଓ୍ବାରିଙ୍କ ନାମରେ ଥିବା ଜାଣିବାକୁ ପାଇଛି ପୋଲିସ । ଗାଡି ମାଲିକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

{"id":215653,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.