Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଚୋରାଚାଲାଣ ବେଳେ ଧରିଲା ଅବକାରୀ ବିଭାଗ: ୧୫୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

4/10/2021 at 8:21 AM

ମୁନିଗୁଡ଼ା ୦୪।୧୦: ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ୧୫୦ କେଜି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଗୁଣୁପୁର ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ରଘୁନାଥ ମାଝି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗଞ୍ଜେଇ ଚୋରାଚାଲାଣ ନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଠାରୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ମଧ୍ୟ ଖବର ରହିଥିଲା । ତେବେ ଗୁଇନ୍ଦା ସୂଚନା ଅନୁସାରେ ରେଡ୍‌ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ପ୍ରାୟ ୧୫୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୮ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଗିରଫ ଅଭିଯୁକ୍ତ ଜଣଙ୍କ ଘର ପଦ୍ମପୁର ଥାନା ଅଞ୍ଚଳର ପାରିମା ଗାଁର ବୋଲି ଜଣାପଡିଛି ।

   Related Posts