ରାୟଗଡା ପୋଲିସକୁ ବଡ ସଫଳତା, ୮୦ କେଜିର ଗଞ୍ଜେଇର ଜବତ

Published By : Prameya-News7 Bureau | August 27, 2023 IST

ମୁନିଗୁଡ଼ା ୨୭।୦୮: ରାୟଗଡା ପୋଲିସକୁ ବଡ ସଫଳତା । ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି ୮୦ କେଜି ଗଞ୍ଜେଇ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ରାୟଗଡା ଜିଲ୍ଲା ପୋଲିସ ।

ଖବର ଅନୁଯାୟୀ, ଚନ୍ଦ୍ରପୁର ଅଞ୍ଚଳରୁ ରାୟପୁରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୫୫କେଜି ଗଞ୍ଜେଇ ଜବତ କରିବା ସହ ୪ଜଣ ବେପାରୀଙ୍କୁ ମୁନିଗୁଡା ପୋଲିସ ଗିରଫ କରିଛି । ୬ଟି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ବେପାରୀ ମାନେ ଟ୍ରେନରେ ଛତିଶଗଡ଼ର ରାୟପୁରକୁ ଚାଲାଣ କରୁଥିଲେ ।

ସେହିପରି କନ୍ଧମାଳରୁ କଳାହାଣ୍ଡି ଆଡକୁ ମୋଟର ସାଇକେଲରେ ଗଞ୍ଜେଇ ଚୋରା ଚାଲାଣ ହେବାବେଳେ ମୋଟର ସାଇକେଲ ସହ ୨୩ କେଜି ଗଞ୍ଜେଇ ଜବତ କରିଛି ଅମ୍ବାଦଳା ପୋଲିସ । ଏହି ମାମଲାରେ ପୋଲିସ ୩ ଜଣକୁ ଗିରଫ କରାଯାଇଛି । ତେବେ ଏହି ଚୋରା କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

wp:embed {"url":"https://www.prameyanews7.com/isro-is-gearing-up-for-the-mission-aditya-l1-launch/","type":"wp-embed","providerNameSlug":"prameya-news-7"}
https://www.prameyanews7.com/isro-is-gearing-up-for-the-mission-aditya-l1-launch/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.