ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା, ନଡିଆ ବୋଝେଇ ଟ୍ରକରେ ଚାଲାଣ ବେଳେ ମାଡିବସିଲା ପୋଲିସ

Published By : Prameya-News7 Bureau | June 02, 2022 IST

ମୁନିଗୁଡ଼ା ୦୨।୦୬ : ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ବଡ଼ ସଫଳତା। ବଡ଼ ଚତୁରତାର ସହ ପୋଲିସ ଆଖିରେ ଧୂଳି ଦେଇ ନଡିଆ ବୋଝେଇ ମିନି ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଉତ୍ତର ପ୍ରଦେଶ କୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ବିଷମ କଟକ ପୋଲିସ ହାବୁଡ଼ ରେ ପଡିଗଲା ଏହି ମିନି ଟ୍ରକ ।

{"id":637068,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ହାଜାରଡାଙ୍ଗ ଗାଁ ନିକଟରେ ଗାଡି ମଟର ଯାଞ୍ଚ କରିବା ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ନଡିଆ ବୋଝେଇ ମିନି ଟ୍ରକ କୁ ସନ୍ଦେହ କରିଥିଲା ପୋଲିସ । ଘଟଣାସ୍ଥଳରୁ ମିନିଟ୍ରକ କୁ ଜବତ କରି ଥାନରେ ଯାଞ୍ଚ କରିବା ସମୟରେ ୩୪ ବସ୍ତା ନଡିଆ, ୧୭ ବସ୍ତା ଗଞ୍ଜେଇ ଓ ୧୧ ବସ୍ତା ନଡିଆକତା ମିଳିଥିଲା । ଓଜନ ପରେ ୧୭ ଟି ବସ୍ତାରୁ ୫ କ୍ୟୁଣ୍ଟାଲ ୧୦ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର କୁ ପୋଲିସ ଗିରଫ କରିଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୦ ଲକ୍ଷ ରୁ ଅଧିକ ଟଙ୍କା ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

{"id":637069,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.