oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୨୦କେଜି ଗଞ୍ଜେଇ ଜବତ, ଗାଡି ଚାଳକ ଫେରାର୍

10/04/2022 at 8:15 AM

ରାୟଗଡା ୧୦/୦୪; ୧୨୦ କିଲୋ ଗଞ୍ଜେଇ ଜବତ। ରାୟଗଡା ଜିଲ୍ଲା ମୁନିଗୁଡାରେ ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଜବତ ହୋଇଛି। ଗାଡି  କୁଟ୍ରାଗଡ଼ ଛକ ନିକଟରେ ଜଣେ ଯୁବକକୁ ଧକ୍କା ଦେଇ ଦ୍ରୁତ ଗତିରେ ଆସୁଥିବା ପୋଲିସ ଖବର ପାଇଥିଲା। ଏସଡ଼ିପିଓଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ସ୍କୋରପିଅକୁ ପିଛା କରିଥିଲେ। ଝାମରାଗୁଡା ନିକଟରେ ଦୁର୍ବୁତ୍ତ ମାନେ ସ୍କର୍ପିଓ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ପରେ ପୋଲିସ ସ୍କର୍ପିଓ ପାଖକୁ ଯାଇ ଯାଞ୍ଚ କରିବା ବେଳକୁ ସେଥିରେ ଗଞ୍ଜେଇ ପାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସ୍କର୍ପିଓ ଧକ୍କାରେ ଗୁରୁତର ହୋଇଥିବା ଯୁବକକୁ ପୋଲିସ ପ୍ରଥମେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

   Related Posts