ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ୨ ମାଫିଆ, ଜବତ ହେଲା ଲକ୍ଷାଧିକ ଟଙ୍କାର ସବୁଜ ଜହର

Published By : Prameya-News7 Bureau | March 20, 2022 IST

ମୁନିଗୁଡ଼ା ୨୦।୦୩: ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ । ୨ ଜଣ ମାଫିଆଙ୍କୁ ଗିରଫ ସହ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାୟଗଡ଼ା ଜିଲ୍ଲା ବିଷୟକଟକ ଥାନା ନେତାଜୀ ଛକ ନିକଟରୁ ଗଞ୍ଜେଇ ଜବତ କରିଛି ପୋଲିସ ।

{"id":602714,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ସ୍ଥାନୀୟ ପୋଲିସ ପକ୍ଷରୁ ନେତାଜୀ ଛକ ନିକଟରେ ଚେକିଂ ଚାଲିଥିଲା । ଏହି ସମୟରେ ମୋହନାରୁ ଉତ୍ତରପ୍ରଦେଶକୁ ଏକ ଦାମୀ କାର୍‌ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଜାଣିଥିଲା ପୋଲିସ । ଏହାପରେ ପୋଲିସ ଉକ୍ତ କାର୍‌ ଅଟକ ରଖିବା ସହ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ ସହ ୨ ଜଣ ମାଫିଆଙ୍କୁ କାବୁ କରିଥିଲା ପୋଲିସ । ଗିରଫ ଦୁଇ ଜଣ ହେଲେ କମଲେଶ କୁମାର ଓ ମୁକେଶ କୁମାର ।

{"id":602715,"width":752,"height":497,"sizeSlug":"full","linkDestination":"none"}

ତେବେ ଉଭୟଙ୍କ ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ସେମାନଙ୍କ ନିକଟରୁ ତିନୋଟି ମୋବାଇଲ୍‌ ସହ ୫୧୪୦ ଟଙ୍କା ଜବତ ହୋଇଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫ ହଜାର ୨୨୫ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଗଞ୍ଜେଇ କାରବାରରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି । ସେନେଇ ତଦନ୍ତ ଜାରି ରହିଛି ବୋଲି ବିଷମକଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.