suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଟୋରେ ଚାଲିଥିଲା ଚୋରା କାରବାର : ପୋଲିସ ଚେକିଂ ବେଳେ ଧରାପଡିଗଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ଜଣେ ଗିରଫ, ୨ ଫେରାର

4/10/2020 at 8:43 AM

ଲମତାପୁଟ ୦୪।୧୦: ବିପୁଳ ପରିମାଣର ଗଞ୍ଜେଇ ଜବତ । ଅଟୋ ଯୋଗେ ଚୋରା ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ଗୁନେଇ ପଡ଼ା ଗାଁ ନିକଟରୁ ଏକ ଅଟୋରୁ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଗୁନେଇପଡ଼ା ଗାଁ ନିକଟରେ ମାଛକୁଣ୍ଡ ପୋଲିସ ପକ୍ଷରୁ ଗାଡ଼ି ଚେକିଂ ଚାଲିଥିଲା । ଗାଡି ଯାଞ୍ଚ ସମୟରେ ଅନକାଡେଲି ଅଞ୍ଚଳରୁ ଆସୁଥିବା ଅଟୋକୁ ଅଟକାଇଥିଲା ପୋଲିସ । କିନ୍ତୁ ଅଟୋରେ ବସିଥିବା ଲୋକଙ୍କ ମଧ୍ୟରୁ ୨ ଜଣ ଡେଇଁ ଦୌଡି ପଲାଇଯାଇଥିବା ବେଳେ ଅନ୍ୟଜଣଙ୍କୁ କାବୁ କରିଥିଲା ପୋଲିସ । ଅଟୋକୁ ପୋଲିସ ଯାଞ୍ଚ କରିବା ସମୟରେ ୮୮କେଜିର ଗଞ୍ଜେଇ ଜବତ କରିଛି । ଯାହାର ମୁଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଅଟକ ଥିବା ଡ୍ରାଇଭର ଜଣଙ୍କ ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ସାଙ୍ଗଡା ଗାଁର ବୋଲି ସୂଚନା ମିଳିଛି । ଅନ୍ୟପଟେ ଫେରାର ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ  ଅନ୍ୟ ଜଣ ପଶ୍ଚିମବଙ୍ଗର ହୋଇଥିବା ସୂଚନା ରହିଛି ।  ଜବତ ହୋଇଥିବା ଗଞ୍ଜେଇକୁ  ଆନ୍ଧ୍ରରୁ ବୈପାରିଗୁଡା ଦେଇ ଜୟପୁରକୁ ଚୋରା ଚାଲାଣ କରାଯାଉଥିବା ଡ୍ରାଇଭର ସ୍ୱୀକାର କରିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts