scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିକ୍ରେଟ୍‌ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ପୋଲିସ ଚଢାଉରେ ହେଲା ପର୍ଦ୍ଦାଫାଶ

28/11/2023 at 11:14 AM

ଲମତାପୁଟ ୨୮।୧୧ : ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋଲା ଚାଲାଣ । ମାଡିବସିଲା ନନ୍ଦପୁର ପୋଲିସ । ୧୩ ଲକ୍ଷ ଟଙ୍କା ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ନନ୍ଦପୁର ପୋଲିସ ।

ଖବର ଅନୁଯାୟୀ, ଟ୍ରାକ୍ଟରରେ ସ୍ୱତନ୍ତ୍ର ଚାମ୍ବର ତିଆରି କରି ଅଭିନବ ଉପରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ନନ୍ଦପୁର ପୋଲିସ ଗୁଇନ୍ଦା ସୁତ୍ରରୁ ଖବର ପାଇ ଡାକବଙ୍ଗଳା ଛକ ନିକଟରେ ନାକା ବନ୍ଦୀ କରିଥିଲା । ଏହି ସମୟରେ ଆସୁଥିବା ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିଥିଲା । ଆଉ ଏହି ଯାଞ୍ଚରେ ପୋଲିସକୁ ୧ କ୍ୱିଣ୍ଟାଲ୍‌ ୨୮ କେଜି ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶ ମୁଚିମପୁରରୁ ଶିମିଳିଗୁଡ଼ା ଯାଉଥିଲା । ପରେ ସେଠାରୁ ଛତିଶଗଡ଼ ଚାଲାଣ ହୋଇଥାନ୍ତି ।

ସେହିପରି ଏହି ଗଞ୍ଜେଇ କାରବାରରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଟ୍ରାକ୍ଟର ଡ୍ରାଇଭର ରାୟଗଡ଼ା ଜିଲ୍ଲା କେ. ସିଂପୁର ଅଞ୍ଚଳର ଧର୍ମେନ୍ଦ୍ର ଖଦରା ବୋଲି ଜଣାପଡିଛି । ପୋଲିସ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଗଞ୍ଜେଇ କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts