scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ମାଛକୁଣ୍ଡ ପୋଲିସକୁ ପୁଣି ସଫଳତା, ୧୧୩ କେଜିର ଗଞ୍ଜେଇ ଜବତ

1/07/2023 at 8:43 AM

ଲମତାପୁଟ ୦୧।୦୭ : ମାଛକୁଣ୍ଡ ପୋଲିସକୁ ପୁଣି ବଡ଼ ସଫଳତା । ଗଚ୍ଛିତ ରଖାଯାଇଥିବା ୧୧୩ କେଜିର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ ।

ଖବର ଅନୁଯାୟୀ, ମାହାଡ଼ା ଗାଁର ସମରା ବଡ଼ନାୟକଙ୍କ ଘରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାବି ଭଙ୍ଗାଯାଇଥିଲା । ଘରେ ଗଞ୍ଜେଇ ଥିବାର ଗୁଇନ୍ଦା ସୂଚନା ପାଇଁ ଚଢାଉ କରିଥିଲା ପୋଲିସ । ଯାଞ୍ଚ ବେଳେ ୫ଟି ବସ୍ତା ଗଞ୍ଜେଇ ପାଇଥିଲା ପୋଲିସ । ଘଟଣାସ୍ଥଳରୁ ସମରା ବଡ଼ନାୟକ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇକୁ ଜବତ କରିଛି ମାଛକୁଣ୍ଡ ପୋଲିସ ।

ତେବେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହା ସହିତ ଘର ମାଲିକ ସମରାଙ୍କ ନାଁରେ NDPS ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏବେବି ଉଦ୍ୟମ ଜାରି ରଖିଛି ମାଛକୁଣ୍ଡ ପୋଲିସ ।

   Related Posts