ପୋଲିସକୁ ସଫଳତା, ବିପୁଳ ପରିମାଣର ଗଞ୍ଜେଇ ଜବତ
14/03/2023 at 7:47 AM

ଲମତାପୁଟ ୧୪।୦୩ : ପାଡୁଆ ଏବଂ ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ପାଟ୍ରୋଲିଂ ସମୟରେ ବାଲଡ଼ା ଗାଁ ନିକଟରୁ ୩୦ କେଜିର ଗଞ୍ଜେଇ ଜବତ ହୋଇଛି । ଏହାସହିତ ୩ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ କାବୁ କରିଛି ପୋଲିସ । ଗିରଫ ତିନି ଜଣ ମହାରାଷ୍ଟ୍ର ପୁଣେ ଅଞ୍ଚଳର ଅଭିଷେକ ଦୁବେ, ଶିବମ୍ ବାଦ୍ରେ, ସାଗର ବାଦ୍ରେ ବୋଲି ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି । ବିଶାଖାପାଟଣାକୁ ହେଉଥିଲା ଚାଲାଣ ।
ସେହିଭଳି ବିଶେଷସୁତ୍ରରୁ ଖବର କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ, ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ବିଜାଗୁଡ଼ା ଗ୍ରାମ ନିକଟରେ କିଛି ଚାଷୀ ଗଞ୍ଜେଇ ଅମଳ କରି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଚଢାଉ କରିଥିଲା । ପୋଲିସକୁ ଦୁଇ ଚାଷୀ ଫେରାର ହୋଇଯାଇଥିବା ବେଳେ ୬ଟି ବସ୍ତାରେ ପ୍ରାୟ ୧୬୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଫେରାର ଥିବା ଚାଷୀଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ମାଛକୁଣ୍ଡ ପୋଲିସ ।