ଲମତାପୁଟ ୧୧।୦୬ : ପାଡୁଆ ପୋଲିସକୁ ସଫଳତା । ପ୍ରାୟ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଗଛିତ ଥିବା ଗଞ୍ଜେଇ ଉପରେ ପୋଲିସର ଚଢାଉ । ନନ୍ଦପୁର SDPO ଙ୍କ ନେତୃତ୍ଵରେ ପାଡୁଆ ପୋଲିସ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲରେ ୩ ଘଣ୍ଟାର ଅପରେସନ କରିଥିଲା । ଜଳପ୍ରପାତ ନିକଟ ଜଙ୍ଗଲରେ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିଲା । ପୋଲିସ ଆସିବା ଦେଖି ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିଲେ ।
ତେବେ ସେଠାରୁ ୨୭ଟି ବସ୍ତାରୁ ବିପୁଳ ଗଞ୍ଜେଇ ଜବତ କରିଥିଲା ପୋଲିସ। ପ୍ରାୟ ୮କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ କୁ ଚୋରା ଚାଲାଣ କରିବା କୁ ପ୍ରସ୍ତୁତ ହେଇଥିବା ପୋଲିସ ସୂଚନା ଦେଇଛି । ଚଳିତ ବର୍ଷ ପୋଲିସ ପାଇଁ ବଡ଼ ସଫଳତା । ପ୍ରାୟ ୮ ସହ ଏକର ଗଞ୍ଜେଇ ଚାଷ ନଷ୍ଟ କରିବାରେ ପୋଲିସ ସଫଳ ହୋଇ ଥିବା ବେଳେ ଗଞ୍ଜେଇ ଗଛିତ ଥିବା ବିଭିନ୍ନ ଜାଗାରେ ମଧ୍ୟ ଚଡାଉ ଜାରି ରଖିଛି ପୋଲିସ୍ ।