ଲମତାପୁଟ ୨୧।୦୨ : ଲମତାପୁଟ ପୋଲିସକୁ ସଫଳତା । ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ହେଲେ ଘଟଣାସ୍ଥଳରେ ମାଫିଆ ଫେରାର । ୫ ଲକ୍ଷ ଟଙ୍କାର ଗଞ୍ଜେଇ ହୋଇଥିବା ସୂଚନା ଦେଇଛି ପୋଲିସ ।
{"id":911735,"sizeSlug":"full","linkDestination":"none"}
ଖବର ଅନୁଯାୟୀ, ମଧ୍ୟ ରାତ୍ରରେ ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଆନ୍ଧ୍ର ପଟୁ ଏକ କାର୍ ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ । ହେଲେ ପୋଲିସକୁ ଚକ୍ମା ଦେଇ ଫେରାର ହେଉଥିଲା କାର୍ ।ଶେଷରେ ପୋଲିସ ଗାଡିକୁ ପିଛା କରିବା ଦେଖି ଲମତାପୁଟରୁ ୬କିମି ଦୂର ଲିମାପୁଟ ଗାଁ ନିକଟରେ ଲକ୍ କରି ଜଙ୍ଗଲ ଭିତରକୁ ପଳାଇଯାଇଥିଲେ ମାଫିଆ । ତେବେ ପୋଲିସ ଗାଡିର କାଚ ଭାଙ୍ଗି ଯାଞ୍ଚ କରିବାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫୨ କେଜି ହେବ । ଯାହାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
wp:embed {"url":"https://www.prameyanews7.com/deepika-padukone-pregnant-with-her-first-baby/","type":"wp-embed","providerNameSlug":"prameya-news-7"}