କୋରାପୁଟ ପୋଲିସକୁ ପୁଣି ସଫଳତା, ୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Published By : Prameya-News7 Bureau | May 07, 2023 IST

ଲମତାପୁଟ ୦୭।୦୫ : ୨୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପୋଲିସ। ଏକ କମାଣ୍ଡର ଜିପ୍ ରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଛି ପାଡ଼ୁଆ ପୋଲିସ। ଜଲାପୁଟ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା।

{"id":782827,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଦ୍ରୁତ ଗତିରେ ଆସୁ ଥିବା କମାଣ୍ଡର ଜିପ୍ କୁ ଅଟକିବାରୁ ଗାଡ଼ି ଛାଡ଼ି ମାଫିଆ ଫେରାର ହୋଇଯାଇଥିବା ବେଳେ ଏସ୍କର୍ଟ କରି ବାଇକ୍ ରେ ଆସୁଥିବା ୨ ଜଣ ମାଫିଆ ବାଇକ୍ ଛାଡ଼ି ଚମ୍ପଟ୍ ମାରିଥିଲେ। କମାଣ୍ଡର କୁ ଯାଞ୍ଚ କରିବାରୁ ୨ କୁଇଣ୍ଟାଲ ୨୬ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l କମାଣ୍ଡର ଜିପ୍ ସହ ୨ଟି ବାଇକ୍ ଜବତ କରିଛି ପୋଲିସ। ଗାଡି ର କାଗଜ ପତ୍ର ଯାଞ୍ଚ କରିବା ପରେ ମାଲିକ ମାନଙ୍କ ନାମରେ NDPS ରେ ମାମଲା ରୁଜୁ କରିବ ପୋଲିସ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.