WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବସ୍‌ରେ ହେଉଥିଲେ ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ

3/10/2023 at 9:24 AM

ଜି.ଉଦୟଗିରି ୦୩।୧୦ : ପୋଲିସକୁ ସଫଳତା । ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ୯ ଜଣ ମହିଳାଙ୍କୁ ଗିରଫ ସହ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଫିରିଙ୍ଗିଆ ଅଞ୍ଚଳରେ ୯ଜଣ ମହିଳା ଗଞ୍ଜେଇ ନେଇ ଏକ ଘରୋଇ ବସ୍‌ରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଏନେଇ ଜି.ଉଦୟଗିରି ପୋଲିସ କୌଣସି ସୁତ୍ରରୁ ଖବର ପାଇ କଳିଙ୍ଗା ଘାଟି ନିକଟରେ ଚଢାଉ କରିଥିଲା । ଆଉ ସେହି ବସ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୯ଜଣ ମହିଳାଙ୍କ ଅଟକ ରଖିଛି ପୋଲିସ। ଅଟକ ସମସ୍ତ ମହିଳା ଫିରିଙ୍ଗିଆ ଅଞ୍ଚଳର ବୋଲି ଜଣାପଡିଛି ।

ସେପଟେ ଏହି ଚୋରା କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି ପୋଲିସ । ଏହାସହିତ କେତେ ଦିନ ଧରି ଏହି ଗଞ୍ଜେଇ କାରବାରରେ ସାମିଲ ଥିଲେ । ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।

   Related Posts