ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଉତ୍ତରପ୍ରଦେଶକୁ ହେଉଥିଲା ଚାଲାଣ: ଅଧାରାସ୍ତାରେ ୨୦୩ କେଜି ଗଞ୍ଜେଇ ଜବତ, ୨ ଗିରଫ

15/06/2022 at 9:03 AM

ଦାରିଙ୍ଗବାଡ଼ି ୧୫।୦୬ : କନ୍ଧମାଳ ପୋଲିସକୁ ସଫଳତା । ବାଲିଗୁଡ଼ା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ୨୦୩ କେଜି ୪୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ପାଟ୍ରୋଲିଂ ସମୟରେ ୫୯ ନମ୍ବର ଜାତୀୟ ରାଜପଥ ଶ୍ରୀନିକେତା ଗାଁ ଆମ୍ବ ଖାଲିଆ ଘାଟିରେ ଏକ ବାର ଚକିଆ ଟ୍ରକକୁ ଅଟକ ରଖିଥିଲା ପୋଲିସ । ଗାଡିକୁ ଯାଞ୍ଚ ସମୟରେ କ୍ୟାବିନ୍‌ ଭିତରୁ ଚାରୋଟି ବ୍ୟାଗ୍‌କୁ ଜବତ କରିଥିଲା ପୋଲିସ । ଏଥିରେ ୨୦୩ କେଜି ୪୦୦ ଗ୍ରାମ ଗଞ୍ଜେଇ ଥିବା ଜାଣିଥିଲା ପୋଲିସ ।   ଏହାପରେ ଟ୍ରକକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ଉତ୍ତରପ୍ରଦେଶର ସାରୁଖ ଖାନ୍‌ ଓ ଅଜୟ କୁମାର ପାଲ୍‌ ବୋଲି ଜଣାପଡିଛି । ଉଭୟଙ୍କ ନାଁର ଦାରିଙ୍ଗବାଡି ଥାନାରେ ଏକ କେଶ୍‌ ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି ।

   Related Posts