scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ, ୨ କୋଟି ୩୦ ଲକ୍ଷ ଟଙ୍କା ଗଞ୍ଜେଇ ଜବତ

2/06/2023 at 2:49 PM

ବୌଦ୍ଧ ୨।୬: ଅପରେସନ୍ ଗ୍ରୀନ୍ କ୍ଲିନରେ ବୌଦ୍ଧ ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ସଫଳତା । ଶଗଡା ଫାଣ୍ଡି ଅନ୍ତର୍ଗତ ବାଡେ ପଙ୍ଗା ଜଙ୍ଗଲରେ ଚଢ଼ାଉ କରି ୨୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ମନମୁଣ୍ଡା ପୋଲିସ । ଏତେ ପରିମାଣର ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯିବା ପାଇଁ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ୩୦ ଲକ୍ଷ ଟଙ୍କା ସୂଚନା ।

ସୂଚନାଯୋଗ୍ୟ ଯେ, ଅନୁଯାୟୀ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ବାଡେ ପଙ୍ଗା ଜଙ୍ଗଲରେ ବିପୁଳ ପରିମାଣରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରାଚାଲାଣ କରାଯିବା ପାଇଁ ଗଚ୍ଛିତ ରଖାଯାଇଥିବା ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କୌଣସି ବିଶେଷ ସୂତ୍ର ରୁ ଖବର ପାଇଥିଲେ । ଖବର ପାଇ ମନମୁଣ୍ଡା ପୋଲିସ୍ କୁ ସେହି ସ୍ଥାନରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଡେ ପଙ୍ଗା ଜଙ୍ଗଲରେ ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରିଥିଲା । ରାଜ୍ୟ ବାହାରକୁ ଚୋରାଚାଲାଣ କରାଯିବା ପାଇଁ ଗଚ୍ଛିତ ରଖାଯାଇଥିବା ୨୩ କ୍ବିଣ୍ଟାଲ ଗଞ୍ଜେଇକୁ ଜବତ କରିବାରେ ପୋଲିସ ସଫଳ ହୋଇଥିଲା ହେଲେ ସେହି ସ୍ଥାନରୁ ମଫିଆ ଫେରାର ମାରିବାରେ ମଧ୍ୟ ସଫଳ ହୋଇଥିଲେ ଯଦ୍ୱାରା କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି । ଆଗାମୀ ଦିନରେ ଗଞ୍ଜେଇକୁ ସମୂଳେ ନାଶ କରିବା ପାଇଁ ପୂରା ଚେଷ୍ଟା କରାଯିବ ଏସ୍ ପି ସୂଚନା ଦେଇଛନ୍ତି ।

You Can Read :

   Related Posts