ନୀଳଜହର ଉପରେ NCRBର ରେଡ୍, ପୁଷ୍ପା ଷ୍ଟାଇଲ୍ରେ ଚାଲାଣ ବେଳେ ମାଡିବସିଲା ଟିମ୍
29/05/2023 at 11:15 AM

ଭୁବନେଶ୍ବର ୨୯।୦୫ : ରାଜଧାନୀରେ ଚୋରା ଚାଲାଣ । ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ଏନ୍ସିଆର୍ବି । ଏହାସହିତ ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି ।
ଖବର ଅନୁଯାୟୀ, ବୌଦ୍ଧ ମନମୁଣ୍ଡାରୁ ଭୁବନେଶ୍ବର ଦେଇ ଝାଡଖଣ୍ଡକୁ ଚାଲାଣ ହେଉଥିଲା ଗଞ୍ଜେଇ । ଟ୍ରକ ଡ୍ରାଇଭର କେବିନ ପଛ ପଟେ ସ୍ପେଶାଲ ଚାମ୍ବର କରି ଗଞ୍ଜେଇ ବାହାର ରାଜ୍ୟକୁ ନେଉଥିଲେ । ତେବେ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଏନ୍ସିଆର୍ବି । ଭୁବନେଶ୍ୱର ରସୁଲଗଡ଼ ନିକଟରେ ମାଡିବସିଲା ଏନ୍ସିଆର୍ବି । ପରେ ଗାଡି ଯାଞ୍ଚ ସମୟରେ ୨୭୩ କେଜିର ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ।
ସେହିପରି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଅଟକ ରଖାଯାଇଛି । ଝାଡଖଣ୍ଡ ଧାନବାଦ୍ ଅଞ୍ଚଳର ବୋଲି ଜଣାପଡିଛି । ଏହି ରାକେଟ୍ରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଅଭିଯୁକ୍ତଙ୍କୁ ଜେରା କରାଯାଉଛି ।
ତେବେ ୨୦୨୦ରୁ ଏବେ ସୁଦ୍ଧା ୮ ହଜାର ୯୮୩ କେଜି ଗଞ୍ଜେଇ ଏବଂ ୨୮ କେଜି ଅଫିମ ଜବତ କରାଯାଇଛି । ଏହାସହ ୫୩ ଜଣ ମାଫିଆଙ୍କୁ ଗିରଫ କରିଛି ଏନ୍ସିଆରବି ।
You Can Read :