ଗଞ୍ଜେଇ ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ
20/03/2023 at 3:07 PM

ବାଲିଗୁଡ଼ା ୨୦।୦୩ : ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍ ବଜାରରେ ଧରିଲା ପୋଲିସ। କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବା ବେଳେ ବାଲିଗୁଡ଼ା ପୋଲିସ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରିଛି।
ଖବର ଅନୁଯାୟୀ, ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୂର୍ବରୁ ବୁଡ଼ାଗୁଡ଼ା ଛକ ନିକଟରେ ପୋଲିସ ଛକି ରହିଥିଲା। ଦ୍ରୁତ ଗତିରେ ଗଞ୍ଜେଇ ଭର୍ତ୍ତି କାରକୁ ଅଟକାଇବା ବେଳେ କାରଟି ପିକଭ୍ୟାନକୁ ପଛପଟୁ ଧକ୍କା ଦେଇ ମାଫିଆ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିକ୍ ଅପ୍ ଭ୍ୟାନକୁ କାବୁ କରିଥିଲା। ଏହି ଘଟଣା ବିଚ୍ ବଜାରରେ ଘଟିଥିବା ବେଳେ ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଚନ୍ତି। ୩୫ କିଲୋ ଗଞ୍ଜେଇ ସହ ପୋଲିସ ସେହି କାରକୁ ଜବତ କରିଛି। ଗିରଫ ଗଞ୍ଜେଇ ମାଫିଆ ହେଲେ ଗଞ୍ଜାମ ଗାଙ୍ଗପୁର ଅଞ୍ଚଳର ସତ୍ୟଜିତ ପାଣିଗ୍ରାହୀ।