ସିମଣ୍ଟ୍‌ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ, ଚଢ଼ାଉ ବେଳେ ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ଦେଇ ଚାଳକ ଫେରାର୍

Published By : Prameya-News7 Bureau | September 19, 2022 IST

ବ୍ରହ୍ମପୁର, ୧୯/୦୯: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ପୁଣି ଚଢାଉ। ସିମେଣ୍ଟ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗାଡିକୁ ପିଛା କରିଥିଲା ବିଭାଗ । ଏହି ସମୟରେ ଟ୍ରକ୍ ଚାଳକ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀଙ୍କ ଗାଡିକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ୨୦୦ ବସ୍ତା ସିମେଣ୍ଟ, ୩୦୦ କିଲୋ ଗଞ୍ଜେଇ ଓ ଟ୍ରକ୍ ଜବତ କରିଯାଇଛି । ଜବତ ହୋଇଥିବା ସରଞ୍ଜାମର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଏନେଇ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.