ଖୋର୍ଦ୍ଧା ସ୍ପେଶାଲ ସ୍କ୍ବାଡ୍ ହାବୁଡରେ ଗଞ୍ଜେଇ ଚାଲାଣ ରାକେଟ୍, ଦାମୀ କାର୍‌ରୁ ମିଳିଲା ବିପୁଳ ପରିମାଣର ଗଞ୍ଜେଇ

Published By : Prameya-News7 Bureau | October 04, 2021 IST

ଖୋର୍ଦ୍ଧା ୪।୧୦: ଖୋର୍ଦ୍ଧା ଦେଇ ଫୁଲବାଣୀ ଓ କୋରାପୁଟ ଅଞ୍ଚଳରୁ ପ୍ରତ୍ୟେକ ଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଭୁବନେଶ୍ବରକୁ ଚାଲାଣ ହେଉଛି । ସେଠାରୁ ବିଭିନ୍ନ ଉପାୟରେ ରାଜ୍ୟ ବାହାରକୁ ଯାଉଛି । କିଛି ଦିନ ତଳେ ଖୋର୍ଦ୍ଧା ପୋଲିସ ଏକ କ୍ବିଣ୍ଟାଲ ଗଞ୍ଜେଇ ସହ କାର୍ ଜବତ କରିଥିବା ବେଳେ ସୋମବାର ପୁଣି ଗଞ୍ଜେଇ ଜବତ ହୋଇଛି । ବେଗୁନିଆ ଥାନା ଅନ୍ତର୍ଗତ ବଡ ବେରଣା ଛକ ନିକଟରେ ଏକ ଦାମୀ କାରକୁ ସନ୍ଦେହରେ ଅଟକାଇ ତନଖି ସମୟରେ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ୍ ଜବତ କରାଯାଇଛି । ଗଞ୍ଜେଇ ମିଳିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।  ତେବେ କେତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଥିଲା କେଉଁଠିକି ଯାଉଥିଲା ତାହା ବର୍ତ୍ତମାନ ପୋଲିସ ପାଇଁ ଚାଲେଞ୍ଜ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.