ଲମତାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ; ଟ୍ରକ୍ ଡ୍ରାଇଭର ଫେରାର
30/09/2018 at 9:01 AM

କୋରାପୁଟ ୩୦|୯: କୋରାପୁଟ ଜିଲ୍ଲା ଲମତାପୁଟରୁ ବିପୁଳ ପରିଣାର ଗଞ୍ଜେଇ ଜବତ ହୋଇଛି । ଲମତାପୁଟ ସ୍ଥିତ ପୋଷ୍ଟମର୍ଟମ ଗୃହ ନିକଟରେ ଥିବା ଟ୍ରକରୁ ପ୍ରାୟ ୩ ଟନରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ । ମାଛକୁଣ୍ଡ ଓ ଲମତାପୁଟ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଟ୍ରକ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ମାଛକୁଣ୍ଡରୁ ବାହାର ରାଜ୍ୟକୁ ଚାଲାଣ ହୋଇଥିବା ପୋଲିସ ସୂଚନା ଦେଇଛି । ଗଞ୍ଜେଇ ଚାଲାଣରେ ସ୍ଥାନୀୟ ଯୁବକଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ । ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାରେ ଏତେ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023