scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲିସକୁ ସଫଳତା: ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ, ୨ ଗିରଫ

4/12/2023 at 8:04 AM

ମୁନିଗୁଡ଼ା ୦୪।୧୨ :  ବିଭିନ୍ନ ସୀମାନ୍ତ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ସୁରକ୍ଷା ଯାଞ୍ଚ । ଏହିକ୍ରମରେ ପୋଲିସକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମିଳିଛି ସଫଳତା । ଗଜପତିରୁ ରାୟପୁରକୁ ଚୋରାରେ ଚାଲାଣ ବେଳେ ୧୦ କେଜି ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅମ୍ବାଦଳା ପୋଲିସ ।

ଖବର ଅନୁଯାୟୀ, ଗୋଟିଏ ବ୍ୟାଗ୍‌ରେ ଗଞ୍ଜେଇ ନେଇ ବାଇକ୍‌ ଯୋଗେ ଛତିଶଗଡ଼ର ରାୟପୁରକୁ ଦୁଇ ଜଣ ଯାଉଥିଲେ । ଅମ୍ବାଦଳା କଲେଜ ଛକ ନିକଟରେ ଯାଞ୍ଚ କରୁଥିବା ପୋଲିସ ଅଧିକାରୀ ବାଇକ୍‌କୁ ଅଟକାଇଥିଲେ । ଆଉ ଗାଡିକୁ ଯାଞ୍ଚ ବେଳେ ଏକ ବ୍ୟାଗ୍‌ରୁ ୧୦ କେଜିରୁ ଅଧିକ ଗଞ୍ଜେଇ ମିଳିଥିଲା । ଏହାସହ ବାଇକ୍‌ରେ ଥିବା ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।

ସେପଟେ ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଚାଲାଣକାରୀ ମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲର ସଞ୍ଜୟ ମେହେର ଓ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚିଲାଗୁଡା ଗ୍ରାମର କାଲେଶ୍ୱର୍ ମେହେର ।

   Related Posts