କୋରାପୁଟରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ସହ ୨୦ହଜାର ଟଙ୍କାର କାଠପଟା ଜବତ
4/11/2018 at 12:31 PM

କୋରାପୁଟ ୩/୧୧: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ମାଓ ଅଧ୍ୟୁସିତ ପିପଳପଦର ପଚାଂୟତ ଅନ୍ତର୍ଗତ କେନ୍ଦୁପାଇ ଗ୍ରାମରେ ଅଚାନକ(ମଲ୍ଟି ଡିସିପ୍ଲିନାରି ସ୍କ୍ଵାଡ) ବନ ବିଭାଗ ଓ ଅବକାରି ବିଭାଗର ମିଳିତ ଭାବେ ଅଚାନକ ଚଢାଉକରି କୋଟିଏ ଟଙ୍କାର ଗଞ୍ଜେଇ ଗଛ ସହ ୨୦ହଜାର ଟଙ୍କାର କାଠ ପଟା ଜବତ କରିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛନ୍ତି।.ଜିଲ୍ଲା ଅବକାରି ଅଧୀକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରି ଉପଅଧୀକ୍ଷକ ପ୍ରଦୀପ କୁମାର ଦାସ ଓ ଇନିସପେକ୍ଟର୍ ମନମୋହନ ଧାଙ୍ଗଡା ମାଝୀ କୋରାପୁଟ ଓ ଲକ୍ଷ୍ମୀପୁର ଅବକାରି ସ୍କ୍ଵାଡ ପାର୍ଟି ଧରି ଲକ୍ଷ୍ମୀପୁର ବନବିଭାଗ ସହ ପାହାନ୍ତି ୫ଟା ବେଳେ କେନ୍ଦୁପାଇ ଗ୍ରାମକୁ ଯାଇ ଚଢାଉକରି କୋଟିରୁ ଉର୍ଧ ଟଙ୍କାର ଗଞ୍ଜେଇ ଚାଷକୁ ନିଆଁ ଲଗାଇ ନଷ୍ଟ କରିବାସହ ଦୁଇହଜାର ଗଞ୍ଜେଇ ଗଛ ଜବତ କରିଥିଲେ।.ଗୋଟିଏ ଗଛର ମୁଲ୍ୟ ଏକ ହଜାର ଟଙ୍କା ହେବ ବୋଲି ଉପ ଅଧୀକ୍ଷକ କହିଛନ୍ତି।.ଏଥିସହ ଦୁଇ ଗିରଫଙ୍କ ଘରଭିତରୁ ୨୫ରୁ ଉର୍ଧ କାଠ ପଟା ଓ ୧୫ରୁ ଉର୍ଧ କାଠ ଦଣ୍ଡା ବନ ବିଭାଗ ଜବତ କରିଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ଲକ୍ଷ୍ମୀପୁର ରେଞ୍ଜର କୁମାର ଖରା ପ୍ରକାସ କରିଛନ୍ତି..।