ଫୁଲବାଣୀ ନାରାୟଣୀ ଜଙ୍ଗଲ ପାହାଡ ଉପରେ ପୋଲିସର ଏନ୍କାଉଣ୍ଟର ; ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ଗୁରୁତର
5/11/2018 at 10:53 AM

କନ୍ଧମାଳ ୫|୧୧: ପୋଲିସ ଟାର୍ଗେଟରେ ଗଞ୍ଜେଇ ମାଫିଆ । ଫୁଲବାଣୀ ନାରାୟଣୀ ଜଙ୍ଗଲ ପାହାଡ ଉପରେ ପୋଲିସ ଏନକାଉଣ୍ଟର କରିଛି । ପୋଲିସ ଗୁଳିରେ ଗଞ୍ଜେଇ ମାଫିଆ ମୁନା ଦିଗଲ ଗୁରୁତର ହୋଇଛି। ମୁନାର ଆଣ୍ଠୁ ଓ ହାତରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁନା ନିକଟରୁ ଗୋଟିଏ ବାଇକ୍ ଓ ପିସ୍ତଲ ଜବତ ହୋଇଛି । ଗତାଲି ବିଳମ୍ବିତ ରାତିରେ ପୋଲିସର ଚଢାଉ ବେଳେ ପୋଲିସ ଓ ମୁନା ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପ୍ରଥମେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା ମୁନା । ଏହା ପରେ ପୋଲିସ ମୁନାକୁ ଗୁଳି କରିଥିଲା । ମୁନା ନାଁରେ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି । ଗତ ୨ତାରିଖରେ ଫୁଲବାଣୀ ଗୋଚ୍ଛାପଡା ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
Related Posts
ଜେଲ୍ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
31 January 2023
ଭଦ୍ରକରେ ପୋଲ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର
31 January 2023
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023