ଗଞ୍ଜେଇ ମାଫିଆକୁ ଏନକାଉଣ୍ଟର, ଗୋଟିଏ ପିସ୍ତଲ ସହ ଗୁଳି ଏବଂ କାର୍ ଜବତ
17/07/2019 at 8:48 AM

ଜୟପୁର ୧୭|୭: ଜୟପୁରରେ ଗଞ୍ଜେଇ ମାଫିଆକୁ ଏନକାଉଣ୍ଟର କରିଛି ପୋଲିସ । ଭୋର ସାଢେ ୪ ଟାରେ ଜୟପୁର ହାତୀଶାଳ ନିକଟରେ ପୋଲିସ ଓ ଦୁର୍ଦ୍ଧାନ୍ତ ଗଞ୍ଜେଇ ମାଫିଆ କାବୁଲ ଖରା ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ପ୍ରଥମେ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା କାବୁଲା । ଜବାବରେ ପୋଲିସ ୩ ରାଉଣ୍ଡ ଗୁଳି ଚଳାଇଥିଲା । କାବୁଲର ଡାହାଣ ଗୋଡରେ ଗୁଳି ବାଜିଛି । ଆହତ କାବୁଲକୁ ଜୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଠାରୁ ଗୋଟିଏ ପିସ୍ତଲ ସହ ଗୁଳି ଏବଂ ଗୋଟିଏ କାର ଜବତ ହୋଇଛି । କାବୁଲ ରାଜ୍ୟ ବାହାରକୁ ଗଞ୍ଜେଇ ବ୍ୟବସାୟ କରିଆସୁଥିଲା ।
Related Posts
ଧକ୍କା ଦେଲା ଅଜଣା ଗାଡି, ମେଡିକାଲରେ ଆଖିବୁଜିଲେ ଯୁବକ
29 May 2023