ମାଲକାନଗିରିରୁ ଗଂଜେଇ ବୋଝେଇ ଟ୍ରକ ଜବତ

Published By : Prameya-News7 Bureau | November 07, 2018 IST

ମାଲକାନଗିରି ୭/୧୧ : ମାଲକାନଗିରି ଜିଲ୍ଲା ବାଲିମେଳା ପୋଲିସ ହାତରେ ଧରା ପଡିଛି ଏର ଗଞ୍ଜେଇ ବୋଝେଇ ଟ୍ରକ । ଟ୍ରକଟି ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ଉତ୍ତର ପ୍ରଦେଶକୁ ଯାଉଥିବା ବେଳେ ପୋଲିସ ଏହାକୁ ଏମ.ଭି.୩୭ ଗାଁ ନିକଟସ୍ତ ରାସ୍ତାରେ ଅଟକାଇ ଥିଲା । ପୋଲିସ ଗାଡିଟିକୁ ଯାଞ୍ଚ କରୁଥିବା ବେଳେ ଏଥିରେ ଏକ ସ୍ବତନ୍ତ୍ର ଚାମ୍ବର କରାଯାଇଥିବା ଦେଖିବାକୁ ପାଇଥିଲେ । ପରେ ଏହି ଚାମ୍ବର ଭାଙ୍ଗିବାରୁ ଏଥିରୁ ବାହାରି ଥିଲା ବସ୍ତା ବସ୍ତା ଗଞ୍ଜେଇ । ଯାହାର ଓଜନ ୨୦୩ କେ.ଜି. ଓ ବଜାର ମୁଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ତେବେ ଘଟଣାରେ ସଂପୃକ୍ତ ୩ ଜଣଙ୍କ ମଧ୍ୟରୁ ୨ ଜଣ ପୋଲିସକୁ ଚଖମା ଦେଇ ଘଟଣା ସ୍ଥଳରୁ ପଳାଇ ଥିବା ବେଳେ ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ୩ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ରମେଶ ପାଉଲଙ୍କ ଘର ଉତ୍ତର ପ୍ରଦେଶର ସାଲୁଙ୍ଗ ଜିଲ୍ଲାରେ ବୋଲି ଜଣା ପଡିଛି । ଉଭୟ ଗଞ୍ଜେଇ ଟ୍ରକ ଓ ରମେଶ ପାଉଲଙ୍କୁ ଆଜି କୋର୍ଟ ଚାଲାଣ କରିଯିବ ବୋଲି ବାଲିମେଳା ଥାନା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.