ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପୋଲିସକୁ ସଫଳତା, ଆନ୍ଧ୍ର ଚାଲାଣ ବେଳେ ଧରାପଡିଲା ୩୫ ଲକ୍ଷ ଟଙ୍କାର ଗଞ୍ଜେଇ

18/12/2021 at 8:59 AM

ଲମତାପୁଟ  ୧୮।୧୨: ଲମତାପୁଟ ପୋଲିସକୁ ବଡ଼ ସଫଳତା । ପିକ୍‌ଅପ୍‌ ଭ୍ୟାନ୍‌ରୁ ବସ୍ତା ବସ୍ତା ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କଲା ମାଛକୁଣ୍ଡ ପୋଲିସ ।ଗାଡ଼ିରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ଖବର ପାଇ କୋରାପୁଟ୍‌ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଥାନାର ୪ଜଣିଆ ପୋଲିସ ଟିମ୍‌ କୁସୁବା ଗାଁ ନିକଟରେ ନାକାବନ୍ଦୀ କରିଥିଲେ । ପୂର୍ବରୁ ମିଳିଥିବା ଖବର ମୁତାବିକ ସଦର ବାଲେଲ ଅଞ୍ଚଳରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତଗତିରେ ଆସିଥିଲା । ଯାହାକୁ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ପୋଲିସ ଗାଡ଼ି ପିକ୍‌ଅପ୍‌ ଭ୍ୟାନ୍‌ର ପିଛା କରି କାବୁ କରିବାରେ ସଫଳ ହୋଇଥିଲା । ଗାଡି ସର୍ଚ୍ଚ ବେଳେ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ପ୍ରାୟ ୧୬ଟି ବସ୍ତାରେ ୩ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ସେହିପରି ଘଟଣାରେ  ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଘର ବାଲେଲ ଗାଁର ରବି ବିଶୋଇ ବୋଲି ଜଣାପଡିଛି । ଗାଡ଼ି ଥିବା ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ ନେଉଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ଏହିସହିତ ସେ ୨ଜଣ ବ୍ୟକ୍ତିଙ୍କ ଠାରୁ ଗଞ୍ଜେଇ କିଣିଥିବା ମଧ୍ୟ ସ୍ୱୀକାର କରିଛି । ୨ଜଣଙ୍କ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି ।  

   Related Posts