୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ

Published By : Prameya-News7 Bureau | December 02, 2021 IST

ସାନଖେମୁଣ୍ଡି ୨।୧୨: ଗଞ୍ଜାମ ଜିଲ୍ଲା ବଡଗଡ ଧରାକୋଟ ସୀମାନ୍ତରେ ଥିବା ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ପ୍ରଶାସନ। ବଡଗଡ ଥାନା ସାବା ଖାରିପଲ୍ଲୀ ପାହାଡିଆ ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକାଧିକ ଏକର ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛୁ । ଆସିକା ଏସଡିପିଓଙ୍କ ନେତୃତ୍ବରେ ଚଢାଉ କରାଯାଇଛି । ବରଗଡ ସୋରଡା ପାଟପୁର ଧରାକୋଟ ଥାନା ଅଧିକାରୀ, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସମେତ ଧରାକୋଟ ତହସିଲଦାର, ଅବକାରୀ ବିଭାଗ ଅଧିକାରୀ, ବିଦ୍ୟୁତ ବିଭାଗ ଉପସ୍ଥିତିରେ ଚଢାଉ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.