ଅପରେସନ ଗ୍ରୀନ୍ କ୍ଲିନ୍ ଜାରି, ୧୩ କୋଟି ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ
2/12/2020 at 7:39 AM

ମୋହନା ୦୨।୧୨: ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ୍ କ୍ଲିନ୍ । ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ। ମୋହନା ଥାନା ଗୁଇମେରା ଗାଁ ନିକଟରେ ଚଢ଼ାଉ କରି ୧୩ କୋଟି ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ପ୍ରାୟ ୬୭ ଏକର ସଂରକ୍ଷିତ ଜଙ୍ଗଲରେ ଏହି ଗଞ୍ଜେଇ ଚାଷ ଚାଲିଥିବା ପୋଲିସ କୁ ସୂଚନା ମିଳିଥିଲା । ଗଞ୍ଜେଇ ଗଛ ଗୁଡିକୁ କାଟିବା ପରେ ପୋଡି ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ।
ସୂଚନାଯୋଗ୍ୟ ଯେ,ରାଜ୍ୟ ବିଭିନ୍ନ ଅଞ୍ଚଳରେ ଗତିକିଛି ଦିନ ହେଲା ପୋଲିସ , ଅବକାରୀ ବିଭାଗ, ବନବିଭାଗର ମିଳିତ ଚଢାଉରେ କରି ବିପୁଳ ପରିମାଣ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି । ଖାସ୍ କରି ଗଜପତି, କୋରାପୁଟ, ବୌଦ୍ଧ ଆଦି ଜିଲ୍ଲାମାନଙ୍କରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଜଙ୍ଗଲରେ ଏହିସବୁ ଚାଷ କରାଯାଇ ଚୋରାରେ ଗଞ୍ଜେଇ କାରବାର ଚାଲିଥିଲା । ଏହାଦ୍ୱାର ବାହାରକୁ ମଧ୍ୟ ଗଞ୍ଜେଇ ଚାଲାଣ ମଧ୍ୟ ହେଉଥିଲା । କିନ୍ତୁ ପୋଲିସର ଏବେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏତେ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଉଛି ।