ଅପରେସନ ଗ୍ରୀନ୍ କ୍ଲିନ୍, ୧୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | December 06, 2022 IST

ମୁନିଗୁଡ଼ା ୦୬।୧୨ : ରାୟଗଡ଼ା ଜିଲ୍ଲାର ଅପରେସନ ଗ୍ରୀନ୍ କ୍ଲିନ୍। ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଭାବେ ଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି। ୧୧୬ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ ।

{"id":717787,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ପଦ୍ମପୁର ଥାନା ଅନ୍ତର୍ଗତ ନୂଆଗାଁ, ଗୁଡାରି ଥାନା ଅନ୍ତର୍ଗତ ବୁରୁଣ୍ଡି ଓ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଡେକାପଙ୍କାଳ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ୧୧୬ ଏକର ଜାଗାର ପ୍ରାୟ ୧ ଲକ୍ଷ ୧୬ ହଜାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଛି ଅବକାରୀ ବିଭାଗ। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମନିକ ମୁଲ୍ୟ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।

{"id":717788,"sizeSlug":"full","linkDestination":"none"}

ଗୁଣପୁର ଏସଡିପିଓଙ୍କ ନେତୃତ୍ୱରେ ଗୁଡାରି ଓ ପଦ୍ମପୁର ଅଞ୍ଚଳରେ ଅଭିଯାନ କରାଯାଇଥିବା ବେଳେ ବିଷମକଟକ ଏସଡିପିଓଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହି ଅପରେସନରେ ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ରେଭିନ୍ୟୁ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିବା ବେଳେ ଏଗଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଛସବୁ ପୋଡି ନଷ୍ଟ କରାଯାଇଛି । ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଜୋରଦାର କରି ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିବାକୁ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.